GK: ଆକାଶକୁ ଦେଖିପାରୁନଥିବା ଏକମାତ୍ର ପଶୁ! ପାଳନ କରୁଥିଲେ ବି ଜାଣିନାହାଁନ୍ତି ଅଧେ...
ଏହି ପ୍ରକୃତିର ପ୍ରାଣୀମାନଙ୍କର ଅଜବ ଗୁଣ ଓ ବିଶେଷତ୍ୱ ଅଛି। ଯେତେବେଳେ ଆମେ ସେମାନଙ୍କ ବିଷୟରେ ଜାଣିଥାଉ, ସେମାନେ ଆମକୁ ଆଶ୍ଚର୍ଯ୍ୟଜନକ ମନେହୁଅନ୍ତି।
ପ୍ରକୃତିର ପ୍ରତ୍ୟେକ ପ୍ରାଣୀର ନିଜସ୍ୱ ଅନନ୍ୟ ଗୁଣ ରହିଛି । କିଛି ପ୍ରାଣୀ ଜୋରରେ ଦୌଡ଼ିପାରନ୍ତି, କିଛି ଜୀବ ଆଶ୍ଚର୍ଯ୍ୟଜନକ ଶିକାର କୌଶଳ ପ୍ରଦର୍ଶନ କରନ୍ତି । ତଥାପି, ଅନେକ ଲୋକ ଜାଣନ୍ତି ନାହିଁ ଯେ ଦୁନିଆରେ ଏପରି ଗୋଟିଏ ପ୍ରାଣୀ ଅଛି ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ସିଧା ଆକାଶକୁ ଚାହିଁପାରେ ନାହିଁ । ଆସନ୍ତୁ ଜାଣିବା ସେହି ପ୍ରାଣୀ ବାବଦରେ
ଘୁଷରୀ, ଯାହାର ବୈଜ୍ଞାନିକ ନାମ Sus scrofa domesticus । ଗାଁଗହଳିରେ ଏହା ସାଧାରଣତଃ ଘୁଷୁରୀ ଭାବେ ଜଣାଶୁଣା । ଆପଣ ଜାଣିଛନ୍ତି କି ସେମାନଙ୍କର ଅନନ୍ୟ ଶରୀର ଗଠନ ଯୋଗୁଁ ସେମାନେ ସିଧା ମୁଣ୍ଡ ଉଠାଇ ଆକାଶକୁ ଚାହିଁ ପାରନ୍ତି ନାହିଁ । ଏହା ମୁଖ୍ୟତଃ ସେମାନଙ୍କର ବେକ ଓ ମେରୁଦଣ୍ଡର ମାଂସପେଶୀ ଯୋଗୁଁ ହୋଇଥାଏ ଓ ଅନ୍ୟାନ୍ୟ ଅନେକ ପ୍ରାଣୀ ସହଜରେ ସେମାନଙ୍କ ମୁଣ୍ଡକୁ ପଛକୁ ନୁଆଁଇ ପାରନ୍ତି, କିନ୍ତୁ ଘୁଷୁରୀମାନେ ସେମାନଙ୍କ ବେକରେ କଠିନ ମେରୁଦଣ୍ଡ ଯୋଗୁଁ ସେମାନଙ୍କ ମୁଣ୍ଡକୁ ବହୁତ ଉପରକୁ ଉଠାଇ ପାରନ୍ତି ନାହିଁ । ତେଣୁ, ସେମାନେ ସାଧାରଣତଃ ଭୂମିକୁ ଚାହିଁଥାନ୍ତି । ଏହି ଗଠନ ସେମାନଙ୍କ ଜୀବନଶୈଳୀ ସହିତ ଖାପ ଖୁଆଇଥାଏ । ସେଥିପାଇଁ ସେମାନେ ଖାଦ୍ୟ ଖୋଜିବା ପାଇଁ ଅଧିକାଂଶ ସମୟ ଭୂମିରେ ବିତାଇଥାନ୍ତି ।
No Comments Yet...